ଜୁନ୍‌ରେ ଆରମ୍ଭ ହେବ କ୍ରିସ୍‌-୪ର ଶୁଟିଂ

ନୂଆଦିଲ୍ଳୀ: ବଲିଉଡ୍‌ର ଆକ୍ସନ୍‌ ଷ୍ଟାର ହ୍ରିତିକ ରୋଶନ ଏବେ ନିଜ ଅପ୍‌କମିଂ ଫିଲ୍ମ ‘ବିକ୍ରମ ବେଧା’ର ସୁଟିଂକୁ ନେଇ ଖୁବ୍‌ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସୈଫ୍‌ ଅଲ୍ଲୀ ଖାନ୍‌ ଓ ଦୀପିକା ମଧ୍ୟ ନଜର ଆସିବେ। ସେପଟେ ବାପା ରାକେଶ ରୋଶନ କ୍ରିସ୍‌-୪ କୁ ନେଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ରିପୋର୍ଟ ମୁତାବକ, ଏବେ ରାକେଶ ରୋଶନ ଫିଲ୍ମର କାଷ୍ଟିଂ ଠାରୁ ଆରମ୍ଭ କରି ସବୁ ଜିନିଷ ଉପରେ କାମ ଆରମ୍ଭ କରି ଦେଇଛନ୍ତି। କୁହାଯାଉଛି କି ଜୁନ୍‌ରୁ ଏହି ଫିଲ୍ମର ସୁଟିଂ କାମ ଆରମ୍ଭ ହୋଇଯିବ।