ନୂଆଦିଲ୍ଲୀ : କାନାଡାର ଟରାଣ୍ଟୋରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଯାହାଫଳରେ ଏହି ଦୁର୍ଘଟଣାରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହେବା ସହ ଦୁଇ ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏକ ରିପୋର୍ଟ ଅନୁସାରେ ଏକ ଭ୍ୟାନ ଓ ଟ୍ରାକ୍ଟର ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ହରପ୍ରୀତ ସିଂହ, ଜସପିନ୍ଦର ସିଂହ, କରନପାଳ ସିଂହ, ମୋହିତ ଚୌହାର ଓ ପବନ କୁମାର । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ଅଧିକ ତଦନ୍ତ କରୁଛି । ସେହିପରି କାନାଡାର ଉଚ୍ଚାୟୁକ୍ତ ଅଜୟ ବିସାରିୟା କହିଛନ୍ତି ଯେ ଏହି ଦୁର୍ଘଟଣା ମାର୍ଚ୍ଚ ୧୩ ତାରିଖରେ ହୋଇଛି । ଅନ୍ୟପକ୍ଷରେ ଟରାଣ୍ଟୋରେ ଭାରତୀୟ କନସୁଲେଟ ଜେନେରାଲଙ୍କ ଟିମ ସାହାଯ୍ୟ ପାଇଁ ମୃତ ଛାତ୍ରମାନଙ୍କର ବନ୍ଧୁଙ୍କ ସହିତ ଯୋଗାଯୋଗ କରୁଛନ୍ତି ।