ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘୋମାଘୋଟ ଲଢେଇ । ରୁଷ ସେନାର ମିସାଇଲ ମାଡରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ଅନେକ ଜନସାଧାରଣ ଲୋକ ଓ ୟୁକ୍ରେନ ସେନା ମଧ୍ୟ ନିହତ ହୋଇଛନ୍ତି । ସେହିପରି ଉଭୟଙ୍କ ମଧ୍ୟରେ ଯୁଦ୍ଧ ଦିନିକୁ ଦିନ ଭୟଙ୍କର ହେଉଛି । ଅନ୍ୟପକ୍ଷରେ ୟୁକ୍ରେନକୁ ଚାରିପଟୁ ଘେରି ରୁଷ ସେନା ଆକାଶରୁ ଆକ୍ରମଣ ଜାରି ରଖିଛି ।
ସେହିପରି ରୁଷ ସେନା ୟୁକ୍ରେନରେ ଏୟାର ରେଡ ଆଲର୍ଟ ଜାରି କରିଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧରେ ୫୯୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ୧୦୬୭ ଲୋକ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଅନ୍ୟ ଦେଶରୁ ମିଳିଥିବା ସେନା ଉପକରଣର ଭଣ୍ଡାର ଘର ପାଇଁ ଏହି କେନ୍ଦ୍ରକୁ ବ୍ୟବହାର କରାଯାଉଥିଲା । ଏହି ଆକ୍ରମଣରେ ଜରିଆରେ ୧୮୦ ବିଦେଶୀ ଯୋଦ୍ଧାଙ୍କର ମୃତ୍ୟୁ ହେବା ସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଲାବାରୁଦ ନଷ୍ଟ କରାଯାଇଛି ।