ଡ୍ରାଇ ଡେ: ୫ ଦିନ ପର୍ଯ୍ଯନ୍ତ ପୌରାଞ୍ଚଳଗୁଡ଼ିକରେ ମଦ ଦୋକାନଗୁଡ଼ିକ ବନ୍ଦ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଅବକାରୀ ଆୟୁକ୍ତ(ଏକ୍ସସାଇଜ଼ କମିସନର) ଓଡିଶା ସୂଚନା ଅନୁଯାଇ, ପୌର ନିର୍ବାଚନ ବେଳେ ସହରାଞ୍ଚଳରେ ମଦ ବିକ୍ରି ଉପରେ କଟକଣା ଜାରି କରାଯାଇଛି । ମାର୍ଚ୍ଚ ୨୨ ସନ୍ଧ୍ୟା ୫ଟା ଠାରୁ ୨୬ ତାରିଖ ପର୍ଯ୍ଯନ୍ତ ପୌରାଞ୍ଚଳଗୁଡ଼ିକରେ ମଦ ଦୋକାନଗୁଡ଼ିକ ବନ୍ଦ ରହିବ।

ସେହିପରି, ମଦ‌ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଆଦି ସ୍ଥାନରେ ମଦ ପିଇବା ଉ‌ପରେ କଟକଣା ଲାଗୁ କରାଯିବ ବୋଲି ରାଜ୍ୟ ଅବକାରୀ ଆୟୁକ୍ତ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ ଏହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବ ଏବଂ ମଦ ଗଚ୍ଛିତ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ସଶକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମଦ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବାରୁ ଏହି ଦିନଗୁଡ଼ିକୁ ‘ଡ୍ରାଇ ଡେ’ ଭାବରେ ବିବେଚନା କରାଯିବ। ଆଜି ଏ ସଂକ୍ରାନ୍ତରେ ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ ରାଜ୍ୟର ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।

ମୋଟ ୧୦୬ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସହିତ ୩ଟି ମହାନଗର ନିଗମରେ ମାର୍ଚ୍ଚ ୨୪ରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ମତଦାତା ଭୋଟ ଦେବେ। ୨୬ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ନେଇ ସୂଚନା ଅଛି ।