ଭୁବନେଶ୍ୱର: ଭାରତ ବନ୍ଦର ପ୍ରଭାବ ଭୁବନେଶ୍ବରରେ ଦେଖିବାକୁ ମିଳିଛି । ବନ୍ଦ ଯୋଗୁ ହଟ୍ଟହଟା ହେଉଛନ୍ତି ଯାତ୍ରୀ । ବିଭିନ୍ନ ସ୍ଥାନରେ ବସ୍ ଚଳାଚଳ ଓ ଦୋକାନ ବଜାର ବନ୍ଦ ଥିବା ନଜର ରହିଛି । ଅନ୍ୟପଟେ ଭାରତ ବନ୍ଦ ସପକ୍ଷରେ ଗଲାନି ପେଟ୍ରୋଲିୟମ ଡିଲର ସହାସଂଘ। ମହାସଂଘ ପକ୍ଷରୁ ଏନେଇ ପ୍ରତିକ୍ରିୟା ମିଳିଛି । ଚାଲିଥିବା ଏହି ୨ ଦିନିଆ ଧର୍ମଘଟରେ ପେଟ୍ରୋଲିୟମ ଡିଲର ମହାସଂଘ ସାମିଲ ହୋଇନଥିବା କହିଛି । ତାହା ସହ ମହାସଂଘ ଆହୁରି ମଧ୍ୟ କହିଛି କି ଭୁବନେଶ୍ବରରେ ପିକେଟିଂ ପାଇଁ ଆଜି ପ୍ରଥମାର୍ଦ୍ଧରେ ପେଟ୍ରୋଲ ପମ୍ପ ଗୁଡ଼ିକ ବନ୍ଦ କରାଯାଇଛି । ହେଲେ ଦ୍ବିତୀୟାର୍ଦ୍ଧରେ ଭୁବନେଶ୍ବରରେ ପେଟ୍ରୋଲ ପମ୍ପ ଗୁଡ଼ିକ ଖୋଲା ରହିବ । ରାଜ୍ୟର ଅନ୍ୟ ସ୍ଥାନ ଗୁଡ଼ିକରେ ପୂର୍ବ ପରି ପେଟ୍ରୋଲ ପମ୍ପ ଗୁଡ଼ିକ ଖୋଲା ରହିଛି ବୋଲି ପେଟ୍ରୋଲିୟମ ଡିଲର ସହାସଂଘ ପକ୍ଷରୁ କୁହାଯାଇଛି ।