ଦେଶରେ ଖସୁଛି କୋଭିଡ ସଂକ୍ରମଣ

ନୂଆଦିଲ୍ଲୀ : ବର୍ତ୍ତମାନ ସାରା ଦେଶରେ ଦ୍ରୁତ ଗତିରେ କମିବାରେ ଲାଗିଛି କୋଭିଡ-୧୯ ସଂକ୍ରମଣ ହାର । ଦେଶରେ କୋଭିଡ-୧୯ ସଂକ୍ରମଣ ହାର ଦୈନିକ ୪ ଲକ୍ଷ ଟ୍ରେଣ୍ଡ ପରେ ଏବେ ଦ୍ରୁତ ଗତିରେ ହ୍ରାସ ପାଉଛି । ସେହିପରି କୋଭିଡ ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍‌ ଲାଗିଛି ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାରରୁ କମ କୋଭିଡ-୧୯ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ପଜିଟିଭ ଚିହ୍ନଟ ହୋଇଛନ୍ତି ।