ପୁଣି ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଯୋଗୁ ପ୍ରାୟ ଦୁଇବର୍ଷ ହେବ ଏହି ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହି ପରିପ୍ରେକ୍ଷୀରେ ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ ହେବ । ୪୩ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯାତ୍ରା ସମୟରେ ଜମ୍ମୁ-କଶ୍ମୀର ପ୍ରଶାସନ ଓ ଶ୍ରଦ୍ଧାଳୁଙ୍କୁ କୋଭିଡ ସମ୍ବନ୍ଧିତ ଗାଇଡଲାଇନ କଡାକଡି ଭାବେ ପାଳନ କରିବାକୁ ପଡିବ

। ଅମରନାଥ ଯାତ୍ରାରେ ଯିବା ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ପ୍ରଥମେ ନାଁ ରେଜଷ୍ଟ୍ରେସନ କରିବାକୁ ପଡିବ । ସେହିପରି ସେଠାକାର ପାଣିପାଗ ଲାଗି ଗରମ ପୋଷାକ, ଟ୍ରାକିଂ କୋର୍ଟ, ଟର୍ଚ୍ଚ, ଗ୍ଲୋବ୍ସ, ଜ୍ୟାକେଟ, ମଙ୍କି କ୍ୟାପ୍‌ ଓ ଗ୍ଲୋବ୍ସ ସାଥୀରେ ନେବାକୁ ପଡିବ । ଏଥିସହିତ ସେଠାକାର ପାଣିପାଗ ହଠାତ ବଦଳୁଥିବାରୁ ଛତା, ରେନିକୋଟ ଓ ୱାଟରପ୍ରୁଫ ଜୋତା ମଧ୍ୟ ରଖିବାକୁ ପଡିବ ।