ଭୁବନେଶ୍ୱର: ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ଆସିଲା ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ରିପୋର୍ଟ ହିସାବରେ, ମିଛ ଧରା ପରୀକ୍ଷାରେ ମିଛ କହିଛନ୍ତି ଠକ ଡାକ୍ତର । ୭୦ଟି ପ୍ରଶ୍ନରୁ ୫୦ ପ୍ରଶ୍ନରେ ମିଛ କହିଛନ୍ତି ରମେଶ । ତେବେ ରାଜ୍ୟ ଫରେନସିକ ଲାବ୍ରୋଟୋରୀରେ ଠକ ଡାକ୍ତର ରମେଶର ହୋଇଥିଲା ପଲିଗ୍ରାଫ ଟେଷ୍ଟ । ପ୍ରାୟ ୬ ଘଣ୍ଟାରେ ରମେଶକୁ ୭୦ ପ୍ରଶ୍ନ ପଚରା ଯାଇଥିଲା । ଅଧିକାଂଶ ପ୍ରଶ୍ନରେ ଠକ ଡାକ୍ତର ହଡ଼ବଡେଇ ଯାଇଥିବା ବେଳେ କିଛି ପ୍ରଶ୍ନର ଉତ୍ତର ଦେଇ ନଥିଲା ଠକ ଡାକ୍ତର ରମେଶ ସ୍ୱାଇଁ ।
ସୂଚନାଯୋଗ୍ୟ, ୧୮ ମହିଳାଙ୍କୁ ବିବାହ, ଏମ୍ବିବିଏସ୍ ଆଡମିସନ୍ ନାଁରେ ଠକେଇ, ଚାକିରି ନାଁରେ ଚୂନ, ପୁଳାପୁଳା ବ୍ୟବସାୟୀଙ୍କୁ ଠକିବା ମାମଲାରେ ତିନିଟି ପର୍ଯ୍ୟାୟରେ ୧୩ଦିନ ରିମାଣ୍ଡରେ ଆଣି ନକଲି ଡାକ୍ତର ରମେଶ ସ୍ବାଇଁଠାରୁ ତଥ୍ୟ, ପ୍ରମାଣ କାଢ଼ିବାରେ ବିଫଳ ହୋଇଥିବା ପୁଲିସ ମିଛଧରା ପରୀକ୍ଷା ପାଇଁ ଏସ୍ଏଫ୍ଏସ୍ଏଲକୁ ନେଇଥିଲା। କୋର୍ଟରୁ ଅନୁମତି ମିଳିବା ପରେ ଆଜି ପୁଲିସ ରାଜ୍ୟ ଫୋରେନସିକ୍ ଲାବରେଟୋରିରେ ନକଲି ଡାକ୍ତର ରମେଶ ସ୍ୱାଇଁର ଲାଏ ଡିଟେକ୍ସନ ଟେଷ୍ଟ କରାଇଥିଲା