ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିମି ସେନଙ୍କ ଠକେଇର ଶିକାର ହୋଇଛନ୍ତି । ବଲିଉଡ ଅଭିନେତ୍ରୀ ରିମି ସେନ ପାଖାପାଖି ୪ କୋଟି ୧୪ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଛନ୍ତି । ଏନେଇ ଅଭିନେତ୍ରୀ ରିମି ସେନ ମୁମ୍ବାଇ ଖାର ପୁଲିସ ଷ୍ଟେସନରେ ଜଣେ ପରିଚିତ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଆଇପିସି ଧାରା ୪୨୦ ଓ ୪୦୬ ଆଧାରରେ ମାମଲା ରୁଜୁ କରିଛି । ସେହିପରି ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଜୋରଦାର ତଦନ୍ତ ଚଳାଇଛି । ସୂଚନା ଅନୁସାରେ ତିନି ବର୍ଷ ପୂର୍ବେ ଅନ୍ଧରିର ଏକ ଜିମରେ ଜଣେ ବିଜନେସମ୍ୟାନ୍ ରୌନକ ଜତିନଙ୍କ ସହ ଭେଟିଥିଲେ । ତାଙ୍କୁ ସେ କହିଥିଲେ ଯେ ସେ ଜଣେ ବ୍ୟବସାୟୀ ଏବଂ ସେ ଏଲଇଡି ଲାଇଟର ଏକ ନୂତନ କମ୍ପାନୀ ଖୋଲିଛନ୍ତି । ପରେ ସେ ମୋତେ ୪୦ ପ୍ରତିଶତ ରିଟର୍ଣ୍ଣ ପାଇଁ କମ୍ପାନୀରେ ବିନିଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ । ଯେତେବେଳେ ମୁଁ ବିନିଯୋଗ କରିବାକୁ ସ୍ଥିର କଲି, ସେମାନେ ଏକ ଚୁକ୍ତିନାମା ପ୍ରସ୍ତୁତ କଲେ ।
ବିନିଯୋଗ ସମୟସୀମା ସମାପ୍ତ ହେଲା, ମୁଁ ତାଙ୍କଠାରୁ ମୋର ଲାଭ ମାଗିଲି, କିନ୍ତୁ ଜତିନ ମୋ ଫୋନ ଆଉ ଉଠାଇଲେ ନାହିଁ । ଅନୁସନ୍ଧାନ ପରେ ଜଣାପଡିଥିଲା ଯେ ସେ କୌଣସି କମ୍ପାନୀ ଆରମ୍ଭ କରିନାହାଁନ୍ତି । ପରେ ମୁଁ ଜାଣିବାକୁ ପାଇଲି ଯେ ମୋ ସହ ଠକେଇ ହୋଇଛି । ଏନେଇ ଅଭିନେତ୍ରୀ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ ।