ନାଇଟ କ୍ଲବରେ ନିଆଁ ଲାଗି ୩୧ ଗୁରୁତର

ନୂଆଦିଲ୍ଲୀ : ଆଜାରବୈଜାନର ରାଜଧାନୀ ବାକୁରେ ଏକ ନାଇଟ କ୍ଲବରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା । ଯାହା ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ୩୧ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ନାଇଟ୍‌ କ୍ଲବରେ ହଠାତ ବିସ୍ଫୋରଣ ହୋଇଥିଲା । ଯାହା ଫଳରେ ସେଠାରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ବିସ୍ଫୋରଣରେ ଜଣେ ପ୍ରାଣ ହରାଇବା ସହ ୩୧ ଜଣ ଗୁରୁତର ହୋଇଥିବା ଜଣାପଡିଛି ।