୨୫ ପ୍ରତିଶତ ଶସ୍ତା ହେଲା ମଦ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ମଦ ଉପରେ ରିହାତି ଆରମ୍ଭ ହୋଇଯାଇଛି । ଏ ନେଇ ଦିଲ୍ଲୀ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଏକ ଆଦେଶ ଜାରି ହୋଇଛି । ଏଥିରେ ବିଭାଗ ଘରୋଇ ଦୋକାନଙ୍କୁ ଏମଆରପି ମୂଲ୍ୟରୁ ୨୫ ପ୍ରତିଶତ ରିହାତିରେ ମଦ ବିକ୍ରୟ କରିପାରିବେ ବୋଲି ଅନୁମତି ଦେଇଛନ୍ତି । ଏହି ଆଦେଶ ପରେ ଦିଲ୍ଲୀରେ ମଦ ଦୋକାନମାନେ ପୁଣି ଥରେ ସେଲ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସରକାର ଗତ ଫେବୃଆରୀ ମାସରେ ମଦ ଦୋକାନମାନେ ଦେଉଥିବା ରିହାତି ଉପରେ ରୋକ ଲଗାଇ ଦେଇଥିଲେ । ଏବେ ସରକାରଙ୍କ ନୂଆ ଆଦେଶରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଇପାରିବ । ଅନ୍ୟଏକ ସୂଚନାରେ ଏହି ରିହାତି ସରକାର ଯେକୌଣସି ସମୟରେ ସମାପ୍ତ କରିପାରନ୍ତି ବୋଲି ଜଣାପଡିଛି ।