ବେଜିଂ: ସାରା ଦେଶରେ ବର୍ତ୍ତମାନ ଦୈନିକ କୋଭିଡ-୧୯ ସଂକ୍ରମଣ ହ୍ରାସ ପାଉଥିବାବେଳେ ଚୀନରେ ଏବେ କିନ୍ତୁ ଏକ ନୂଆ କୋଭିଡ ଭାରିଆଣ୍ଟ ଚିହ୍ନଟ ହୋଇଚି । ସେହିପରି ଚୀନରେ ଚୀନରେ ଏହି ନୂଆ ଭାରିଆଣ୍ଟ ସଂକ୍ରମଣରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସବୁଠୁ ବଡ କଥା ହେଲା କରୋନାର ଏକ ନୂଆ ସବ ଭାରିଏଣ୍ଟ ଦ୍ୱାରା ଲୋକେ ସଂକ୍ରମିତ ହେଉଥିବା ଜଣାପଡିଛି । ଏନେଇ ଚୀନର ଏବେ ଚିନ୍ତା ବଢିଯାଇଛି । ଏହି ନୂଆ ଭାରିଏଣ୍ଟ ଏକ ସହରରୁ ଚିହ୍ନଟ ହୋଇଛି । ସେଠାରେ ଜଣେ ବ୍ୟକ୍ତିଙ୍କ ଶରୀରରୁ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଚି । ଏହି ନୂଆ ଭାରିଏଣ୍ଟଟି ଓମିକ୍ରନର ବି.୧.୧ରୁ ବିକଶିତ ହୋଇଥିବା କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ନମୁନାର ଜେନୋମ ସିକୱେନ୍ସିଂ କରାଯାଇଥିଲା । ଏହାପରେ ତାଙ୍କ ଶରୀରରୁ ପୂର୍ବରୁ କେବେ ରିପୋର୍ଟ ହୋଇ ନଥିବା ଗୋଟିଏ କରୋନା ଭାରିଏଣ୍ଟ ଚିହ୍ନଟ ହୋଇଥିବା ପ୍ରକାଶ ପାଇଛି । ସେହିପରି ଚାଇନା ପ୍ରଶାସନ କହିଛି ଯେ ଠାବ ହୋଇଥିବା କରୋନାର ନୂଆ ରୂପର ପ୍ରଭାବ ବିଷୟରେ ସ୍ପଷ୍ଟ ହୋଇନାହିଁ । ଏବେ ଏହା ଉପରେ ଅଧିକ ଗବେଷଣା କରାଯାଉଛି