ମୁମ୍ବାଇ: ବାପା ହେବାକୁ ଯାଉଛନ୍ତି ଟେଲି ଅଭିନେତା ଧୀରଜ ଧୁପର । ପତ୍ନୀ ବିନ୍ନି ଅରୋରା ଓ ଧୀରଜ ଏହି ଖୁସି ଖବର ସୋସିଆଲ ମିଡିଆରେ ପ୍ରଥମ ସନ୍ତାନକୁ ନେଇ ସ୍ୱାଗତ କରିଛନ୍ତି । ଯେଉଁଥିରେ ପତ୍ନୀ ବିନ୍ନିଙ୍କ ହାତରେ ଏକ ସୋନୋଗ୍ରାଫିର ଏକ ଫଟୋ ଧରିଥିବାର ଦେଖିବାକୁ ମିଳିଛି । ସେ ଲେଖିଛନ୍ତି ଯେ, ଆସନ୍ତା ଅଗଷ୍ଟରେ ଏକ ଛୋଟ ଚମତ୍କାର ହେବାକୁ ଯାଉଛି । ସୂଚନାଯୋଗ୍ୟ ଯେ, ବିନ୍ନି ଅରୋରା ଓ ଧୀରଜ ଦୀର୍ଘ ୭ ବର୍ଷ ଧରି ଡେଟିଂ କରିବା ପରେ ଉଭୟ ୨୦୧୬ରେ ବିବାହ କରିଥିଲେ ।