ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ରାଜସମାନନ୍ଦ ସାଂସଦ ଦିୟା କୁମାରୀ ଦିଲ୍ଲୀରେ ଭେଟିଛନ୍ତି । ତେବେ ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରିବା ସହ ରାଜ ସମାନନ୍ଦରେ ସଂସଦୀୟ କ୍ଷେତ୍ରରେ ଆର୍ମି ରାଲି ଆୟୋଜନ କରିବା ପାଇଁ ଅନୁରୋଧ କରିଛନ୍ତି । ସାଂସଦ ଦିୟାଙ୍କ କହିବା ଅନୁଯାୟୀ, ରାଜସମାନନ୍ଦରେ ବହୁତ ଯୁବ ପିଢି ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଆଶା ରଖିଛନ୍ତି । ଅନ୍ୟପଟେ ଭାରତୀୟ ସେନା ନିଯୁକ୍ତି ରାଲି ଖୁବଶୀଘ୍ର କରାଯିବ ବୋଲି ରାଜନାଥ ସିଂ କହିଛନ୍ତି ।
ସେହିଭଳି ଆର୍ମି ରାଲି ପାଇଁ ଥିବା ସମସ୍ତ ଔପଚାରିକତା ସମ୍ପୂର୍ଣ୍ଣ ହେଲା ପରେ ତାରିଖ ଘୋଷଣା ହେବା ସହ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜନାଥ କହିଛନ୍ତି । ଏଥିସହ ବିଜେପି ସରକାର ନିଯୁକ୍ତି କ୍ଷେତ୍ରରେ ସମସ୍ତ ସୁଯୋଗ ପ୍ରଦାନ କରିବା ପାଇଁ ପରିକରବଦ୍ଧ ବୋଲି ସେ କହିଛନ୍ତି । ଅନ୍ୟପଟେ ଏହା ପରେ ଦିୟା କୁମାରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହା ସହିତ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୪ ରାଜ୍ୟରେ ବିଜୟୀ ହୋଇଥିବାରୁ ସେ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏପଟେ ରାଜସ୍ଥାନରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ରାଜନାଥ ସିଂଙ୍କୁ ସାଂସଦ ଦିୟା କୁମାରୀ ମଧ୍ୟ ଅବଗତ ଜଣାଇଥିଲେ ।