ଭାରତକୁ ନିର୍ଦ୍ଦେଶ ଦେବାର କାହାର ଶକ୍ତି ନାହିଁ: ଇମ୍ରାନ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୁପ୍ରିମକୋର୍ଟରୁ ନିଜ ସରକାର ବିରୋଧରେ ରାୟ ଆସିବାର ଗୋଟିଏ ଦିନ ପରେ ପାକିସ୍ତାନବାସୀଙ୍କୁ ସମ୍ୱଧିତ କରିଛନ୍ତି । ଇମ୍ରାନ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ରାୟରେ ମୁଁ ନିରାଶ ଅଛି । ସୁପ୍ରିମକୋର୍ଟ ଏହାର ଯାଞ୍ଚ କରିବାର ଥିଲା । ସୁପ୍ରିମକୋର୍ଟ ଦେଖିବାର ଆମେ ସତ କହୁଛୁ ନାଁ ନାହିଁ ଥରେ ଯାଞ୍ଚ କରିବାର ଥିଲା । ଏହାସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ସମ୍ୱଧନରେ ଭାରତକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ, ଅନାସ୍ଥା ପ୍ରସ୍ତାବର ଠିକ ପୂର୍ବ ଦିନ ଇମ୍ରାନ ପାକିସ୍ତାନାସୀଙ୍କୁ ସମ୍ୱଧିତ କରିବା ସହ ଭାରତକୁ ଜୋରଦାର ପ୍ରଶଂସା କରିଛନ୍ତି । ଭାରତରେ ନରେନ୍ଦ୍ର ମୋଦୀ ସରକାରକୁ ପ୍ରଶଂସା କରି ଇମ୍ରାନ ଭାବୁକ ହୋଇଥିଲେ । ଇମ୍ରାନ ଆହୁରି କହିଥିଲେ ଯେ, ଭାରତର ଲୋକେ ଅତି ସ୍ୱାଭିମାନୀ ।

ଭାରତକୁ ନିର୍ଦ୍ଦେଶ ଦେବାକୁ କୌଣସି ବାହାର ଦେଶର ଶକ୍ତି ନାହିଁ । ସେହିପରି ଇମ୍ରାନ କହିଛନ୍ତି ଯେ, ମୁଁ ରୁଷ ଗସ୍ତ କରିବାରୁ ଆମେରିକା ଆମ ଉପରେ କ୍ଷୁବ୍ଧ ହେଲା । କିନ୍ତୁ ଭାରତ ରୁଷ ଠାରୁ ବିପୁଳ ପରିମାଣରେ ତୈଳ କିଣିବାକୁ ଯାଉଛି । କିନ୍ତୁ ଭାରତକୁ କେହି କିଛି କହୁନାହାନ୍ତି । କାରଣ ଭାରତର ବିଦେଶ ନୀତି ସ୍ୱତନ୍ତ୍ର । ସେହିପରି ଇମ୍ରାନ ଆହୁରି କହିଥିଲେ ଯେ, କୌଣସି ବିଦେଶ ଦେଶର ଶକ୍ତି ନାହିଁ ଯିଏ ଆଜି ଭାରତକୁ କିଛି ବି ନିର୍ଦ୍ଦେଶ ଦେଇପାରିବ । ଭାରତ ସରକାର ସ୍ୱାଭିମାନୀ । ମୁଁ ପାକିସ୍ତାନର ବିଦେଶ ନୀତିକୁ ସ୍ୱତନ୍ତ୍ର କରିବାକୁ ଚାହୁଁଥିଲେ । ଯେପର୍ଯ୍ୟନ୍ତ ସରକାରରେ ଅଛି ଏହା କରିବାକୁ ପ୍ରୟାସ ଜାରି ରଖିବି ।