ନୂଆଦିଲ୍ଲୀ : ବ୍ରିଟେନରେ ଚିନ୍ତା ବଢାଉଛି କୋଭିଡର ଓମକ୍ରିନ ଭାରିଆଣ୍ଟ ସଂକ୍ରମଣ । କରୋନା ସଂକ୍ରମଣ ମାମଲା ବ୍ରିଟେନରେ ନୂଆ ରେକର୍ଡ କରିଛି । ସୂଚନାଯୋଗ୍ୟ ଯେ, ବିଟ୍ରେନରେ କୋଭିଡ୍-୧୯ର ସଂକ୍ରମଣ ଉପରେ ହେଉଥିବା ଯାଞ୍ଚ ପରେ ଜଣାପଡିଥିଲା ପ୍ରତି ୧୬ ଜଣଙ୍କ ଭିତରୁ ଜଣେ କୋଭିଡ ପଜିଟିଭ ବାହାରୁଛନ୍ତି । ଏହି ହାର ଫେବୃଆରୀରେ ରେକର୍ଡ କରାଯାଇଥିଲା ହାରଠାରୁ ଦୁଇ ଗୁଣ ରହିଛି । ଅନ୍ୟପକ୍ଷରେ ବିଶେଷଜ୍ଞଙ୍କ ମତରେ ଏତେ ଅଧିକ ସଂକ୍ରମଣ ହାର ଖୁବ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।