ରାହୁଲଙ୍କୁ କଟାକ୍ଷ କଲେ ମାୟାବତୀ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ କହିଥିଲେ ଯେ ନିର୍ବାଚନ ସମୟରେ ୟୁପିରେ ଦଳର ମିଳିତ ପ୍ରସ୍ତାବକୁ ବିଏସପି ମୁଖ୍ୟ ଉତ୍ତର ଦେଇନଥିଲେ । ଏହାର ଉତ୍ତରରେ କଂଗ୍ରେସ ପ୍ରଥମେ ନିଜ ବିଷୟରେ ଚିନ୍ତା କରିବା ଆବଶ୍ୟକ ବୋଲି ମାୟାବତି କହିଛନ୍ତି । ରାହୁଲ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଆମେ ମାୟାବତୀଙ୍କ ନିକଟକୁ ଯାଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିଥିଲୁ । କିନ୍ତୁ ସେ ଏହି ପ୍ରସ୍ତାବର ଉତ୍ତର ଦେଇନଥିଲେ । ଗତକାଲି ରାହୁଲ କହିଥିଲେ ଯେ ମାୟାବତି ବିଜେପିର ବି-ଟିମ ଭାବରେ ୟୁପିରେ କାର୍ଯ୍ୟ କରୁଛନ୍ତି ।

ସିବିଆଇ, ଇଡି ଭଳି କେନ୍ଦ୍ରୀୟ ଏଜେନ୍ସି ଗୁଡିକୁ ଡରି ଆମ ସହିତ ମେଣ୍ଟ ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ସେହିପରି ମାୟାବତୀ ୟୁପି ନିର୍ବାଚନ ଫଳାଫଳର କିଛି ସମୟ ପରେ ସ୍ପଷ୍ଟ କରିଥିଲେ ଯେ ବିଏସପି ବିଜେପି ଦଳ ନୁହେଁ । ଅନ୍ୟପକ୍ଷରେ ୟୁପିରେ ଖରାପ ପ୍ରଦର୍ଶନ ପରେ ସେ ପାର୍ଟିର ଭାବମୂର୍ତ୍ତିକୁ ବିକୃତ କରିଥିବାରୁ ଗଣମାଧ୍ୟମକୁ ନିନ୍ଦା କରିଛନ୍ତି ।