ନୂଆଦିଲ୍ଲୀ : ଟେସଲାର ସିଇଓ ତଥା ଟ୍ୱିଟରର ସବୁଠାରୁ ଅଧିକ ଅଂଶଧନର ମାଲିକାନା ରଖିଥିବା ଏଲନ ମସ୍କ କମ୍ପାନୀକୁ କିଣିବାକୁ ପ୍ରସ୍ତାବ ଦେଇଛନ୍ତି । ଏଲନ ମସ୍କ ଟ୍ୱିଟରକୁ କିଣିବା ପାଇଁ ୪୧ ବିଲିୟନ ଡଲାରର ଅଫର ଦେଇଛନ୍ତି । ନିକଟରେ ସବୁଠାରୁ ଅଧିକ ଅଂଶଧନର ମାଲିକାନା ରଖିଥିବା ମସ୍କଙ୍କୁ ବୋର୍ଡରେ ଯୋଗ ଦେବା ପାଇଁ ଆମନ୍ତ୍ରଣ ଦେଇଥିଲା ଟ୍ୱିଟର । ମସ୍କ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଥିବା ବେଳେ କମ୍ପାନୀକୁ କିଣିବାକୁ ପ୍ରସ୍ତାବ ଦେଇଥିବା ଜଣାପଡିଛି ।
ସେହିପରି ଏକ ଘରୋଇ କମ୍ପାନୀ ଭାବରେ ଟ୍ୱିଟରକୁ ବଡ ପରିବର୍ତ୍ତନର ଆବଶ୍ୟକତା ରହିଥିବା ନେଇ ସିଇଓ ବ୍ରେଟ୍ ଟେଲରଙ୍କୁ ପତ୍ର ଲେଖି କହିଛନ୍ତି ମସ୍କ । ଏହା ସହିତ ମସ୍କ କହିଛନ୍ତି ଏହି ଅଫର ମୋର ଶ୍ରେଷ୍ଠ ଏବଂ ଶେଷ ଅଫର । ସୂଚନାଯୋଗ୍ୟ ଯେ ମସ୍କ ଟ୍ୱିଟରରେ ୯.୨ ପ୍ରତିଶତ ଅଂଶଧନର ମାଲିକ । ତାଙ୍କ ନିକଟରେ ପ୍ରାୟ ୩ ବିଲିୟନ୍ ଡଲାରର ଅଂଶଧନ ରହିଥିବା ଜଣାପଡିଛି ।