ଆଜି ଦିଲ୍ଲୀର ସରକାରୀ ବିଦ୍ୟାଳୟ ପରିଦର୍ଶନ କରିବେ ମାନ

ଆଜି ଦିଲ୍ଲୀର ସରକାରୀ ବିଦ୍ୟାଳୟ ଏବଂ ମୋହଲା କ୍ଲିନିକ ପରିଦର୍ଶନ…

ନୂଆଦିଲ୍ଲୀ : ଆଜି ଦିଲ୍ଲୀର ସରକାରୀ ବିଦ୍ୟାଳୟ ଏବଂ ମୋହଲା କ୍ଲିନିକ ପରିଦର୍ଶନ କରିବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ତାଙ୍କ କ୍ୟାବିନେଟ ମନ୍ତ୍ରୀ । ତାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଯୋଗଦେବେ । ଏହି ସମୟରେ ସେ ଦିଲ୍ଲୀ ସରକାରଙ୍କ ଦ୍ୱାରା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ଭଗବନ୍ତ ମାନ ଦେଖିପାରିବେ । ତାଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି ଯେ ଭଗବନ୍ତ ମାନଙ୍କ ଅନୁପସ୍ଥିତିରେ କେଜ୍ରିୱାଲ ସହରର ସର୍ବୋଚ୍ଚ଼ ଅମଲାତନ୍ତ୍ରଙ୍କ ସହ ବୈଠକ କରିବା ପରେ ପଞ୍ଜାବ ସରକାର ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ଚଳାଉଛନ୍ତି ।

ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ତ୍ୟାଗରାଜ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେଜ୍ରିୱାଲ କହିଥିଲେ ଯେ ଦିଲ୍ଲୀର ସରକାର ସରକାରୀ ବିଦ୍ୟାଳୟରେ ଏତେ ସଂସ୍କାର ଆଣିଛନ୍ତି ଯେ ଏହି ଉଲ୍ଲେଖନୀୟ ପରିବର୍ତ୍ତନର ଦେଖିବାକୁ ବିଭିନ୍ନ ସ୍ଥାନରୁ ଲୋକମାନେ ଆସୁଛନ୍ତି ।