ଏହିସବୁ ରୋଗରୁ ତ୍ରାହି ଦେଇଥାଏ ନିମ୍ବ ଜୁସ୍ , ଆସନ୍ତୁ ଜାଣିବା ଏସବୁ କେଉଁ ରୋଗ ….

ବହୁତ କମ୍ ଲୋକ ଜାଣିଥିବେ ଯେ ନିମ୍ବ ଜୁସ୍ ମଧ୍ୟ…

ଯଦି ଆପଣଙ୍କ ଚର୍ମରେ କୌଣସି ପ୍ରକାରର ଆଲର୍ଜି ଦେଖାଯାଏ ତେବେ ଅଧିକାଂଶ ଲୋକ ନିମ୍ବ ପାଣିରେ ଗାଧୋଇବାକୁ ପରାମର୍ଶ ଦେଇଥାଆନ୍ତି ।ନିମ୍ବକୁ ସବୁବେଳେ ଲାଭଦାୟକ ବୋଲି ବିବେଚନା କରାଯାଇଥାଏ । ନିମ୍ବ ଜୁସ୍ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ । ବହୁତ କମ୍ ଲୋକ ଜାଣିଥିବେ ଯେ ନିମ୍ବ ଜୁସ୍ ମଧ୍ୟ ହୋଇଥାଏ । ଏହାର ଜୁସ୍ ପିତା ଲାଗେ କିନ୍ତୁ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଓଜନ ନିୟନ୍ତ୍ରଣ କରିବାଠାରୁ ନେଇ ତ୍ବଚାକୁ ସତେଜ ରଖିବାରେ ଏହା ବେଶ୍ ଉପକାରୀ ।

ନିମ୍ବ ଜୁସ୍ ପିଇବା ଦ୍ବାରା ମାଢି ଏବଂ ଦାନ୍ତ ସମସ୍ୟା କମ୍ ହୋଇଥାଏ । , ଯୁଗ ଯୁଗ ଧରି ଆମ ଦେଶରେ ନିମ୍ବ ଦାନ୍ତକାଠି ବ୍ୟବହୃତ ହୋଇଥାଏ । ଏହାଦ୍ବାରା ପାଟିରେ ଜୀବାଣୁ ବୃଦ୍ଧି ପାଇବାର ଆଶଙ୍କା କମ୍ ହୋଇଥାଏ । ଏଭଳି ପରିସ୍ଥିତିରେ ଯଦି ଆପଣ ନିମ୍ବ ଜୁସ୍‌କୁ ମାଉଥ୍ ଓ୍ବାସ୍ ରୂପେ ବ୍ୟବହାର କରୁଛନ୍ତି ତେବେ ଏହା ଦାନ୍ତ ସମସ୍ୟା ସହ ମାଢି ସମସ୍ୟା ମଧ୍ୟ ଦୂର କରିଥାଏ ।

ତ୍ବଚାରେ ଚମକ ଆଣିବା ପାଇଁ ନିମ୍ବ ଜୁସ୍ ପିଇବା ଉଚିତ । ନିମ୍ବ ଜୁସ୍‌ରେ ପ୍ରାକୃତିକ ଭାବେ ଡିଟକ୍ସ କରିବାର ଗୁଣ ରହିଛି । ଯାହା ଦ୍ବାରା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଥାଏ । ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିବା ପରେ ତ୍ବଚାରେ ଚମକ ଆସିଥାଏ ।
ଓଜନ ନିୟନ୍ତ୍ରଣ କରିବାରେ ନିମ୍ବ ରସ ବହୁତ ଲାଭଦାୟକ । ଏହାଦ୍ବାରା ହଜମ ପ୍ରକ୍ରିୟା ବଢିଥାଏ ।