ଶ୍ରୀଲଙ୍କାରେ ପେଟ୍ରୋଲ ମହଙ୍ଗା

ଆର୍ଥିକ ସଂକଟରେ ଫସିଥିବା ଶ୍ରୀଲଙ୍କାର ଅବସ୍ଥା ଦିନକୁ ଦିନ…

ନୂଆଦିଲ୍ଲୀ : ଆର୍ଥିକ ସଂକଟରେ ଫସିଥିବା ଶ୍ରୀଲଙ୍କାର ଅବସ୍ଥା ଦିନକୁ ଦିନ ଆହୁରି ଖରାପ ହେବାକୁ ଯାଉଛି । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଶ୍ରୀଲଙ୍କାର ଅର୍ଥବ୍ୟବସ୍ଥାକୁ ଋଣବୋଝରେ ବୁଡାଇଛନ୍ତି ଯେ, ସାଧାରଣ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡୁଛି । ସେହିପରି ସେଠାକାର ହସପିଟାଲ ଗୁଡିକରେ ଔଷଧର ସଂକଟ ପରିସ୍ଥିତି ଦେଖାଯାଇଛି । ସରକାରୀ କର୍ମଚାରୀଙ୍କୁ ଦରମା ମିଳୁନାହିଁ । ବିଗତ ଏକ ମାସ ହେବ ପେଟ୍ରୋଲ-ଡିଜେଲ ପାଖାପାଖି ଶେଷ ହୋଇଯାଇଥିଲା । ଏବେ ପ୍ରେଟ୍ରୋଲ ଆସିବାରୁ ଲିଟର ପିଛା ୮୪ ଟଙ୍କା ବଢାଇ ଦିଆଯାଇଛି । ବର୍ତ୍ତମାନ ଶ୍ରୀଲଙ୍କାରେ ପେଟ୍ରୋଲ ଲିଟର ପିଛା ୩୩୮ ଟଙ୍କାରେ ମିଳୁଛି ।

ସୂଚନାଯୋଗ୍ୟ ଯେ ଦେଶରେ ବିଦେଶୀ ମୁଦ୍ରାର ଅଭାବ ରହିଛି, ଯେଉଁଥି କାରଣରୁ ଖାଦ୍ୟସାମଗ୍ରୀ ଓ ଇନ୍ଧନ ଆମଦାନୀ ହୋଇପାରୁ ନାହିଁ । ଅନ୍ୟପକ୍ଷରେ ଦେଶରେ ଏହି ଅଭାବକୁ କିଛି ଦିନ ହେବ ପ୍ରଦର୍ଶନ ଜାରି ରହିଛି ।