ଖାଲି ପେଟରେ ପିଅନ୍ତୁ ଧନିଆ ପତ୍ର ପାଣି, ଆସନ୍ତୁ ଜାଣିବା ଏହା ର ଉପକାରିତା

ଧନିଆକୁ ରାତିରେ ପାଣିରେ ଭିଜାଇ ରଖି ସକାଳେ….

ଧନିଆ ପତ୍ର ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ବ୍ୟବହାର ହେଉଥିବା ପାଞ୍ଚଟି ମୁଖ୍ୟ ମସଲା ମଧ୍ୟରୁ ଏହା ଗୋଟିଏ। ହେଲେ ଆପଣଙ୍କୁ ଏହା ଜାଣିଲାପରେ ନିହାତି ଆଶ୍ଚର୍ଯ୍ୟ ଲାଗିପାରେ ଯେ ଯଦି ଆପଣ କଞ୍ଚା ଧନିଆକୁ ରାତିରେ ପାଣିରେ ଭିଜାଇ ରଖି ସକାଳେ ଫୁଟାଇକି ତାହାର ପାଣିକୁ ଖାଲିପେଟରେ ସେବନ କରନ୍ତି, ତେବେ ତାହା ଆପଣଙ୍କ ବଢ଼ୁଥିବା ଓଜନକୁ ନିୟନ୍ତ୍ରଣ କରିଥାଏ।

ସାଧାରଣତଃ ଧନିଆରେ ରହିଥିବା ପୋଷକ ତତ୍ତ୍ୱ ବ୍ୟକ୍ତିର ସ୍ୱାସ୍ଥ୍ୟ ଲାଗି ବହୁତ ହିଁ ଲାଭପ୍ରଦ ହୋଇଥାଏ। ଏଥିସହିତ ଧନିଆରେ ସାଧାରଣତଃ ମିନେରାଲ୍ସ , ଭିଟାମିନ୍ ଭଳି ପଟାସିଅମ୍, ଆଇରନ୍,ମାଙ୍ଗାନିଜ୍, କ୍ୟାଲ୍ସିଅମ୍, ଫଲିକ୍ ଏସିଡ୍,ଭିଟାମିନ୍ ଏ,କେ ଏବଂ ସି ମଧ୍ୟ ଭରପୂର ମାତ୍ରାରେ ଥାଏ। ଯାହାକି ବ୍ୟକ୍ତିଠାରେ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ମଧ୍ୟ ସହାୟକ ହୁଏ।