ଡାକ୍ତରଖାନାରେ ଭର୍ତ୍ତି ହେଲେ ଜରିନଙ୍କ ମା’
ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ମା’ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ…..
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ମା’ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି । ଏନେଇ ଅଭିନେତ୍ରୀ ଜରିନ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସେ ତାଙ୍କ ସମସ୍ତ ପ୍ରଶଂସକମାନଙ୍କୁ ପ୍ରାର୍ଥନା କରିବା ପାଇଁ ନିବେଦନ କରିଛନ୍ତି । ମା’ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ବିଗିଡି ଯାଇଛି । ତାଙ୍କୁ ହଠାତ ଡାକ୍ତରଖାନା ନେବାକୁ ପଡିଥିଲା ଯାହା ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ମଧ୍ୟ ଜରିନ ମା’ଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା । ସେହି ସମୟରେ ମଧ୍ୟ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।