ନୂଆଦିଲ୍ଲୀ : ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ କୋରନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ କରୋନା ପଜିଟିଭ ହେବା ନେଇ ଆମେରିକୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ନିଜକୁ ସଂଗରୋଧରେ ରଖିଛନ୍ତି । ସେହିପରି ତାଙ୍କଠାରେ ସାମାନ୍ୟ ମାତ୍ର କରୋନା ଲକ୍ଷଣ ରହିଛି । ଅନ୍ୟପକ୍ଷରେ ହ୍ୱାଇଟ୍ ହାଉସ ବିଗତ ଦିନରେ ଉପରାଷ୍ଟ୍ରପତିଙ୍କ ସଂପର୍କରେ ଆସିଥିବା ଲୋକଙ୍କୁ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଛି ।