ଆସାମରେ ଏକ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ କଲେ ମୋଦି
ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଗସ୍ତ କରି ରାଜ୍ୟର….
ନୂଆଦିଲ୍ଲୀ : ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଗସ୍ତ କରି ରାଜ୍ୟର ସପ୍ତମ କ୍ୟାନ୍ସର ହସ୍ପିଟାଲର ଉଦଘାଟନ କରିବା ସହ ଆୟୋଜିତ ଏକ ରାଲିରେ ଆସାମବାସୀଙ୍କୁ ସମ୍ୱୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯେଉଁଠି ଡବଲ ଇଞ୍ଜିନର ସରକାର ରହିଛି, ସେଠାରେ ‘ସବକା ସାଥ-ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ ଭାବନା ସହ କାମ ହେଉଛି । ସେହିପରି ଏଠାରେ ଦ୍ରୁତ ବିକାଶ ପାଇଁ କାର୍ଯ୍ୟ ଆଗେଇ ଚାଲିଛି । ସେହିପରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ରାଜ୍ୟରେ ହିଂସା ମାମଲାରେ ପ୍ରାୟ ୭୫ ପ୍ରତିଶତ ହ୍ରାସ ଘଟିଛି ।
ଅନ୍ୟପକ୍ଷରେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ, ମହାନ ବରପୁତ୍ର ଲଚିତ୍ ବୋରଫୁକାନଙ୍କ ୪୦୦ତମ ଜନ୍ମ ଜୟନ୍ତୀ ପାଳନ କରିବା ଆମର ସୌଭାଗ୍ୟ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ପ୍ରାୟ ଏକ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେହିପରି ମୋଦି ଏହି ଅବସରରେ ମୋଦି କହିଛନ୍ତି ଯେ, ଆଜି ଯେଉଁସବୁର ଶିଳାନ୍ୟାସ ହୋଇଛି ତାହା କେବଳ କୋଠାବାଡିର ନୁହେଁ, ବରଂ ଯୁବପୀଢିଙ୍କ ଭବିଷ୍ୟତର ଶିଳାନ୍ୟାସ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ ।