ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଖରଗୋନରେ ପୁଣି ଲାଗିଲା କର୍ଫ୍ୟୁ । ସେହିପରି ଘରେ ରହି ନମାଜପାଠ ମଧ୍ୟ ପଢିବାକୁ କୁହାଯାଇଛି । ଅନ୍ୟପକ୍ଷରେ ଅକ୍ଷୟ ତୃତିୟା ଏବଂ ପର୍ଶୁରାମ ଜୟନ୍ତୀଙ୍କ ପାଇଁ ଅନୁମତି ଦିଆଯାଇନାହିଁ । ଜିଲ୍ଲା ପ୍ରଶାସନ ଏବଂ ସମାଜର ଲୋକଙ୍କ ମଧ୍ୟରେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଗତ ଏପ୍ରିଲ ୧୦ରେ ମଧ୍ୟପ୍ରଦେଶର ଖରଗୋନରେ ରାମ ନବମୀ ଶୋଭାଯାତ୍ରାରେ ଘଟିଥିବା ହିଂସା ପରେ ସେଠାରେ କର୍ଫ୍ୟୁ ଲାଗୁ କରାଯାଇଥିଲା । ଅତିରିକ୍ତ କଲେକ୍ଟର ଏସ୍.ଏସ୍ ମୁଜାଲଦା କହିଛନ୍ତି ଯେ ଅକ୍ଷୟ ତ୍ରୁତିୟା, ପରାଶୁରାମ ଜୟନ୍ତୀ ଏବଂ ଇଦ୍କୁ ଦୃଷ୍ଟିରେ ରଖି ଏହି କର୍ଫ୍ୟୁ ଲାଗୁ ହେବ । ଏହି ସମୟରେ ସମସ୍ତ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।