ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ ଏଲଆଇସି
ଭାରତର ସର୍ବବୃହତ ବୀମା କମ୍ପାନୀ (ଏଲ୍ଆଇସି) ଖୁବଶୀଘ୍ର ଷ୍ଟକ ଏକ୍ସଚେଞ୍ଜରେ…
ନୂଆଦିଲ୍ଲୀ : ଭାରତର ସର୍ବବୃହତ ବୀମା କମ୍ପାନୀ (ଏଲ୍ଆଇସି) ଖୁବଶୀଘ୍ର ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ । ଆସନ୍ତା ମେ’ ୧୭ରେ ଏଲ୍ଆଇସି ତାଲିକାଭୁକ୍ତ ହେବା ନେଇ ସୂଚନା ମିଳିଛି । ଭାରତ ସରକାର ଏଲ୍ଆଇସିର ୨୨.୩ କୋଟିରୁ ଅଧିକ ସେୟାର ୯୦୨-୯୪୯ ଟଙ୍କାର ପ୍ରାଇସ ବ୍ୟାଣ୍ଡରେ ବିକ୍ରି କରୁଛନ୍ତି । ଯାହାକି ଆସନ୍ତା ମେ ୪ରେ ଖୋଲିବ ଏବଂ ମେ ୯ ତାରିଖରେ ବନ୍ଦ ହେବ । ସେିହପରି ସେବିରେ ଦାଖଲ ହୋଇଥିବା ଶେଷ ପେପର ଅନୁସାରେ ବିଡରଙ୍କ ଡିମାଟ ଆକାଉଣ୍ଟରେ ସେୟାର ଆଲର୍ଟମେଣ୍ଟ ମେ ୧୬ରେ ହେବ ଏବଂ ଏହାପରେ ଏଲ୍ଆଇସି ଷ୍ଟକ ମାର୍କେଟରେ ଇକ୍ୱିଟି ସେୟାରଗୁଡିକର କାରବାର ଆରମ୍ଭ କରିବ ।
ଆଙ୍କର ନିବେଶକଙ୍କ ପାଇଁ ଏଲଆଇସି ଆଇପିଓ ମେ’ ୨ରେ ଏବଂ ସର୍ବସାଧାରଣଙ୍କ ପାଇଁ ଆସନ୍ତା ମେ’ ୪ରେ ଖୋଲିବ । ସେହିପରି ୨.୯୬ କୋଟିରୁ ଅଧିକ ସେୟାର ଅଣ-ସଂସ୍ଥାଗତ ନିବେଶକ ପାଇଁ ଉଦ୍ଧିଷ୍ଟ ରହିଛି । ଆଇପିଓରେ ପଲିସିଧାରୀ ସେୟାର ପିଛା ୬୦ ଟଙ୍କା ରିହାତି ପାଇବେ । ରିଟେଲ ନିବେଶକ ଏବଂ ଏଲଆଇସି କର୍ମଚାରୀଙ୍କୁ ସେୟାର ପିଛା ୪୫ ଟଙ୍କା ରିହାତି ମିଳିବ ।