ଚେସ୍ ଅଲିମ୍ପିଆଡ ଟିମରେ ଓଡିଶାରୁ ପଦ୍ମିନୀ
ଆସନ୍ତା ଜୁଲାଇ ୨୮ରୁ ଚେନ୍ନାଇଠାରେ ଆୟୋଜିତ ହେବାକୁ ଥିବା ୪୪ ତମ ଚେସ ଅଲିମ୍ପିଆଡ ସକାଶେ…..
ଭୁବନେଶ୍ୱର : ଆସନ୍ତା ଜୁଲାଇ ୨୮ରୁ ଚେନ୍ନାଇଠାରେ ଆୟୋଜିତ ହେବାକୁ ଥିବା ୪୪ ତମ ଚେସ ଅଲିମ୍ପିଆଡ ସକାଶେ ସୋମବାର ସର୍ବଭାରତୀୟ ଚେସ ମହାସଂଘ (ଏଆଇସିଏଫ) ପକ୍ଷରୁ ଏକ ୨୦ଜଣିଆ ଟିମ ଘୋଷଣା କରାଯାଇଛି । ଏଥିରେ ଓଡିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ପଦ୍ମିନୀ ରାଉତ ସ୍ଥାନ ପାଇଛନ୍ତି । ପ୍ରଥମ ଥର ପାଇଁ ପ୍ରତିଯୋଗିତାରେ ଓପନ ଓ ମହିଳା ବିଭାଗରେ ଭାରତ ପକ୍ଷରୁ ଦୁଇଟି ଲେଖାଏଁ ଟିମ ଭାଗନେବେ ।
ଏହି ପ୍ରତିଯୋଗିତାରେ ବିଶ୍ୱର ବିଭିନ୍ନ ଦେଶରୁ ପ୍ରତିଯୋଗୀ ଭାଗ ନେଉଛନ୍ତି । ପ୍ରଥମ ମହିଳା ଦଳରେ କୋନେରୁ ହମ୍ପି, ବିଶ୍ୱର ୧୦ ନମ୍ବର ଖେଳାଳି ହାରିକା ଦ୍ରୋଣାବଲୀ, ତାନିଆ ସଚଦେବ, ଆର. ବୈଶାଳୀ ଓ ଡେବ୍ୟୁ କରିବାକୁ ଥିବା ଭକ୍ତି କୁଲକର୍ଣ୍ଣି ରହିଛନ୍ତି । ସେହିପରି ମହିଳା ବିଭାଗରେ ଦ୍ୱିତୀୟ ଟିମରେ ପଦ୍ମିନୀଙ୍କ ସହ ଜାତୀୟ ଚାମ୍ପିଅନ ସୌମ୍ୟା ସ୍ୱାମୀନାଥନ, ମାରି ଆନ ଗୋମ୍ସ, ବନ୍ତିକା ଅଗରୱାଲ ଓ ୧୫ ବର୍ଷୀୟା ଦିବ୍ୟା ଦେଶମୁଖ ରହିଛନ୍ତି । ପ୍ରତିଯୋଗିତାରେ ପୂର୍ବତନ ବିଶ୍ୱ ଚାମ୍ପିଅନ ବିଶ୍ୱନାଥନ ଆନନ୍ଦ ଭାରତୀୟ ଖେଳାଳିଙ୍କ ପାଇଁ ମେଣ୍ଟର ଦାୟିତ୍ୱ ତୁଲାଇବେ ।