ଦେଶରେ ଚିହ୍ନଟ ହେଲେ ଆଉ ୩,୨୦୫ ଆକ୍ରାନ୍ତ
ଦେଶରେ ପୁଣି ଗତ କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ….
ନୂଆଦିଲ୍ଲୀ : ଦେଶରେ ପୁଣି ଗତ କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରୁଛି। ଦିନକରେ ଆଉ ୩ ହଜାର ୨୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୮୮,୧୧୮କୁ ବୃଦ୍ଧି ପାଇଛି। ସେହିପରି ଆଉ ୨,୮୦୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୫,୪୪,୬୮୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୪%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୨୩,୯୨୦ରେ ପହଞ୍ଚିଛି। ମୃତ୍ୟୁ ହାର ୧.୨୨%।୧୯,୫୦୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତ ହାର ୦.୦୫%। ଦିନକ ପୂର୍ବରୁ ୩,୨୭,୩୨୭ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଯାଏଁ ମୋଟ ୮୩,୮୯,୫୫,୫୭୭ ନମୁନା ପରୀକ୍ଷା କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।