ନୂଆଦିଲ୍ଲୀ : ଭୂକମ୍ପ ଝଟକାରେ ଥରିଲା ଜାମ୍ମୁ-କଶ୍ମୀର । କୁହାଯାଉଛି ଯେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକସ୍ଥାନ ଥିଲା ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ଜାମ୍ମୁ-କଶ୍ମୀରର କିଛି ଅଞ୍ଚଳରେ ଭୂକମ୍ପ ଝଟକା ହୋଇଛି । ଏହି ଭୂକମ୍ପ ଝଟକା ଅନୁଭୁତ ପରେ ଲୋକମାନେ ଘର ଭିତରୁ ବାହାରକୁ ଚାଲି ଆସିଥିଲେ । ତେବେ ଏହି ଘଟଣାରେ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରି ନାହିଁ । ସୂଚନାଯୋଗ୍ୟ, ଏହା ପୂର୍ବରୁ ଜମ୍ମୁ କଶ୍ମୀରରେ ଗତ ୧୮ ତାରିଖ ଦିନ ଭୂକମ୍ପ ଅନୁଭୂତ ହୋଇଥିଲା । ସେହି ସମୟରେ ରିକ୍ଟର ସ୍କ?ଲରେ ଏହାର ତୀବ୍ରତା ୩.୪ ମପାଯାଇଥିଲା ।