ଚିଲିକାରେ ଡଙ୍ଗା ବୁଡି ଘଟଣା: ମିଳିଲା ନିଖୋଜଙ୍କ ମୃତଦେହ

କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଚିଲିକାରେ ଏକ ଡଙ୍ଗା ଘଟଣାରେ….

ବାଲୁଗାଁ : କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଚିଲିକାରେ ଏକ ଡଙ୍ଗା ଘଟଣାରେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଡଙ୍ଗାଟି କାଳିଜାଈରୁ ବାଲୁଗାଁ ଅଭିମୁଖେ ଫେରୁଥିଲା । ପର୍ଯ୍ୟଟକମାନେ କାଲିଜାଈଙ୍କ ଦର୍ଶନ କରି ଫେରୁଥିବା ବେଳେ ଅପରାହ୍ଣ ସମୟରେ କାଳବୈଶାଖୀ ପବନ ଓ ବର୍ଷା ହେବା ଫଳରେ ଡଙ୍ଗାଟି ଚଢେଇଗୁହା ପାହାଡ ନିକଟରେ ବୁଡି ଯାଇଥିଲା । ତେବେ ସମସ୍ତ ୮ ପର୍ଯ୍ୟଟକ ଲାଇଫ ଜ୍ୟାକେଟ୍‌ ପିନ୍ଧିଥିବା ଯୋଗୁ ପାଣିରେ ଭାସୁଥିଲେ । ସେହିପରି ସେମାନଙ୍କ ସହ ଡଙ୍ଗାର ଦୁଇ ନାବିକ ଓ ଅନ୍ୟ ଜଣେ ସ୍ଥାନୀୟ ଲୋକ ରହିଥିଲେ । ସେମାନେ ପାଣିରେ ଭାସୁଥିବା ବେଳେ ବାଲୁଗାଁ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା । ସେହିପରି ଦୀର୍ଘ ସମୟର ଅପେରେସନ୍‌ ପରେ ଚିଲିକା ଖାରିବନ୍ଧ ନିକଟରୁ ନିଖୋଜ ହୋଇଥିବା ରାଜେନ୍ଦ୍ର ଖୁଣ୍ଟିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି ।