ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଲଢେଇ ମଧ୍ୟରେ ଭାରତକୁ ଫାଇଦା ମିଳିଛି । ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଅନ୍ତର୍ଜାତୀୟ ବଜାରରେ ଭାରତର ଗହମ ରପ୍ତାନିରେ ବୃଦ୍ଧି ଘଟିଛି । କୃଷି ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୨୦୨୧-୨୨ରେ ମୋଟ୍ ଗହମ ରପ୍ତାନିରେ ୫୪.୫୦% ବୃଦ୍ଧି ଘଟିଛି । ଭାରତର ଗହମ ରପ୍ତାନି ରେକର୍ଡ ସ୍ତର ୧୫,୪୨୮ କୋଟି ଟଙ୍କା ମୂଲ୍ୟରେ ପହଞ୍ଚି ଯାଇଛି । ଯାହା ଗତବର୍ଷ ତୂଳନାରେ ୩.୪୫% ଅଧିକ । ସେହିପରି ଚଳିତ ଆର୍ଥିକ ବର୍ଷରେ ଗହମ ରପ୍ତାନୀ ୭୦ ଲକ୍ଷ ଟନରୁ ବୃଦ୍ଧି ଘଟି ୧୦୦ ଲକ୍ଷ ଟନରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ ରୁଷ-ୟୁକ୍ରେନ ବିଶ୍ୱର ୨୯% ଗହମ ଆବଶ୍ୟକତା ପୂରଣ କରନ୍ତି । କିନ୍ତୁ ବର୍ତ୍ତମାନ ରୁଷ-ୟୁକ୍ରେନ ଯୁଦ୍ଧ ପରସ୍ଥିତିରେ ଅନ୍ତର୍ଜାତୀୟ ବଜାରରେ ଗହମର ଯେଉଁ ଆବଶ୍ୟକତା ରହିଛି ତାହା ଭାରତ ପୂରଣ କରିବାକୁ ପ୍ରସ୍ତୁତ ବୋଲି କୃଷି ମନ୍ତ୍ରୀ ତୋମାର କହିଛନ୍ତି ।