ଭାରତ ସୀମାରେ ପାକିସ୍ତାନୀ ଡ୍ରୋନ

ଭାରତୀୟ ସୀମାରେ ପୁଣି ଥରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି । ବିଏସଏଫ ଅରନିୟା ସେକ୍ଟରରେ…

ନୂଆଦିଲ୍ଲୀ : ଭାରତୀୟ ସୀମାରେ ପୁଣି ଥରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି । ବିଏସଏଫ ଅରନିୟା ସେକ୍ଟରରେ ଡ୍ରୋନକୁ ଦେଖିଛନ୍ତି । ପରେ ବିଏସଏଫ ଯବାନମାନେ ଫାଇରିଂ କରିବା ପରେ ପାକିସ୍ତାନୀ ଡ୍ରୋନ ପଳାୟନ କରିଛି । ପାକିସ୍ତାନ ତରଫରୁ ଆସିଥିବା ଡ୍ରୋନ ଆରଏସପୁର ସବ ଡିଭିଜନର ଅରନିୟା ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଡ୍ରୋନ ଅନ୍ତର୍ଜାତୀୟ ସୀମା ଉଲ୍ଲଂଘନ କରିନଥିଲା । ଅନ୍ୟପକ୍ଷରେ ବିଏସଏଫ ପକ୍ଷରୁ ଜାରି ଏକ ବୟାନ ଅନୁସାରେ ଯବାନମାନେ ଡ୍ରୋନକୁ ଲକ୍ଷ୍ୟ ଗୁଳି ଚାଳନା କରିଥିଲେ । ଏହା ପରେ ଏହି ଡ୍ରୋନଟି ପାକିସ୍ତାନ ଅଭିମୁଖେ ଫେରିଯାଇଥିବା ଜଣାପଡିଥିଲା ।