ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ କରୋନା ପଜିଟିଭ

ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ଜଣେ ନେଟ ବୋଲରଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଥିବା….

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ଜଣେ ନେଟ ବୋଲରଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଦିଲ୍ଲୀ କ୍ୟାମ୍ପରୁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ଦିଲ୍ଲୀର ସବୁ ଖେଳାଳିଙ୍କୁ ବାଧ୍ୟତାମୂଳକ ଆଇସୋଲେସନରେ ରହିବାକୁ କୁହାଯାଇଛି । ଆଇପିଏଲ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଦିଲ୍ଲୀର ଜଣେ ନେଟ ବୋଲର କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି କାରଣରୁ ଖେଳାଳିଙ୍କୁ ସେମାନଙ୍କ ରୁମରେ ରହିବାକୁ କୁହାଯାଇଛି । ସବୁଠୁ ବଡ କଥା ହେଲା ଜଣେ ନେଟ ବୋଲରଙ୍କୁ ଛାଡି ଦେଲେ ଆଉ କାହାର ରିପୋର୍ଟ ପଜିଟିଭ ଆସିନି । ଅନ୍ୟପକ୍ଷରେ ଯଦି ରିପୋର୍ଟ ନେଗେଟିଭ ଆସିବ ତା’ହେଲେ ଧାର୍ଯ୍ୟ ସମୟ ଅନୁସାରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ଖେଳାଳିଙ୍କ ସମସ୍ତେ ୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ।