ବିଧାନସଭା ଗେଟ ଉପରେ ଖଲିସ୍ତାନୀ ପତାକା

ହିମାଚଳ ପ୍ରଦେଶ ସରକାର ସମସ୍ତ ଅନ୍ତଃରାଜ୍ୟ ସୀମାକୁ ସିଲ କରିବା….

ଧର୍ମଶାଳା : ହିମାଚଳ ପ୍ରଦେଶ ସରକାର ସମସ୍ତ ଅନ୍ତଃରାଜ୍ୟ ସୀମାକୁ ସିଲ କରିବା ସହ ପୋଲିସ ବିଭାଗକୁ ଚେକିଂ କଡା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟକୁ ଆସୁଥିବା ସମସ୍ତ ବାହନରେ ଥିବା ଜିନିଷ ପତ୍ରକୁ ଯାଞ୍ଚ କରାଯିବା ସହ ରାତ୍ରିକାଳୀନ ପାଟ୍ରୋଲିଂକୁ ଅଧିକ କଡାକଡି କରିଦିଆଯାଇଛି । ସୂଚନାଯୋଗ୍ୟ ଯେ, ଦିନକୁ ପର୍ବରୁ ଧର୍ମଶାଳାରେ ବିଧାନସଭାର ଗେଟ ଉପରେ ଖଲିସ୍ତାନୀ ପତାକା ଉଡୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ସରକାର ଆଲର୍ଟ ହୋଇଯାଇଛନ୍ତି । ବିଧାନସଭା ପରିସରରେ ଥିବା ଗେଟ ଓ ଚାରଦୀୱାରୀ ଉପରେ ଖଲିସ୍ତାନ ସମର୍ଥକଙ୍କ ଚିତ୍ର ମଧ୍ୟ ଅଙ୍କା ଯାଇଛି । ଏହା ପରେ ଅନ୍ତଃରାଜ୍ୟ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେହିପରି ହିମାଚଳ ପ୍ରଦେଶର ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ ରାଜ୍ୟରେ ପ୍ରବେଶ କରୁଥିବା ବାହନଗୁଡିକୁ କଡା କଡି ଭାବେ ଯାଞ୍ଚ କରାଯିବା ସହ ବିନା ଯାଞ୍ଚରେ କୌଣସି ଗାଡିଗୁଡିକୁ ପ୍ରବେଶ ପାଇଁ ଅନୁମତି ଦିଆନଯାଉ ।