ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ରୁଷ ସେନା ପୂର୍ବ-ୟୁକ୍ରେନୀୟ ସହର ଡୋନବାଜରେ ଏକ ସ୍କୁଲକୁ ଆଶ୍ରୟସ୍ଥଳୀ ଉପରେ ବୋମାମାଡ କରିଥିବା ଅଭିଯୋଗ ହୋଇଛି । ଏହି ଆଶ୍ରୟସ୍ଥଳୀରେ ୯୦ ଜଣ ନାଗରିକ ଆଶ୍ରୟ ନେଇଥିବାବେଳେ ୬୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଆଶା କରାଯାଉଛି । ସେହିପରି ଅନ୍ୟ ୩୦ଜଣଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କିନ୍ତୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଡୋନବାଜ ଲୁହାନସ୍କ ପ୍ରଦେଶର ରାଜ୍ୟପାଳ । ଆକ୍ରମଣରେ ସ୍କୁଲ ଅଟ୍ଟାଳିକାଟି ବହୁ କ୍ଷତିଗ୍ରସ୍ତ ହେବା ସହ ଧ୍ୱଂସାବଶେଷ ତଳେ ଅନେକ ମୃତଦେହ ରହିଥିବା ଆଶଙ୍କା ପ୍ରକାଶ ପାଇଛି । ଏହି ମୃତାହତଙ୍କ ସଂଖ୍ୟା ପ୍ରାୟ ୬୦ ହେବା ନେଇ ଆକଳନ କରାଯାଉଛି ।