ଆହୁରି ସହଜ ହେବ ଡ୍ରାଇଭିଂ ଲାଇସେନ୍ସ ନିୟମ: ଗଡକରୀ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ କରିବା ନିୟମରେ ପରିବର୍ତ୍ତନ….

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ କରିବା ନିୟମରେ ପରିବର୍ତ୍ତନ କରାଯାଇଛି । ଏହି ନିୟମ ଲାଗୁ ହେବା ପରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଆରଟିଓ ଅଫିସ୍‌ ବାରମ୍ବାର ଦୌଡିବାକୁ ପଡିବନାହିଁ । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଡ୍ରାଇଭିଂ ଲାଇସେନ୍ସର ନୂଆ ନିୟମ ପୂର୍ବାପେକ୍ଷା ଅଧିକ ସହଜ ହେବ । ଡ୍ରାଇଭିଂ ଲାଇସେନ୍ସ କରିବାର ସଂଶୋଧିତ ନିୟମ ଅନୁସାରେ ଏବେ ଆପଣଙ୍କୁ କୌଣସି ପ୍ରକାରର ଡ୍ରାଇଭିଂ ଟେଷ୍ଟ ଦେବାକୁ ଆରଟିଓ ଅଫିସ୍‌ ଯିବାକୁ ପଡିବନାହିଁ । କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମକୁ ଆସନ୍ତା ଜୁଲାଇ ୧ରୁ ଲାଗୁ କରାଯିବ । ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଏବେ ଆରଟିଓ ଟେଷ୍ଟ ଦେବାକୁ ଅପେକ୍ଷା କରିବାକୁ ପଡିବନାହିଁ ।

ଆପଣ ଡ୍ରାଇଭିଂ ଲାଇସେନ୍ସ ପାଇଁ କୌଣସି ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ରେଜିଷ୍ଟ୍ରେସନ କରିପାରିବେ । ଏଠାରୁ ଟ୍ରେନିଂ ନେବାପରେ ଆପଣଙ୍କୁ ସେହିଠାରୁ ଟେଷ୍ଟ ପାସ୍‌ କରାଇବାକୁ ହେବ । ଟେଷ୍ଟରେ ପାସ୍‌ କରିଥିବା ଲୋକଙ୍କୁ ଟ୍ରେନିଂ ସ୍କୁଲ ଏକ ସାର୍ଟିଫିକେଟ୍‌ ଦେବେ । ଏହି ସାର୍ଟିଫିକେଟ୍‌ ଆଧାରରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ କରାଯିବ । ସେହିପରି ଡ୍ରାଇଭିଂ ଲାଇସେନ୍ସ ପାଇଁ ମନ୍ତ୍ରଣାଳୟ ତରଫରୁ ଟ୍ରେନିଂ ପାଠ୍ୟକ୍ରମ ପ୍ରସ୍ତୁତ ମଧ୍ୟ କରାଯାଇଛି ।