ତ୍ୱଚା ପାଇଁ ଆପଣାନ୍ତୁ ଏହି ଟିପ୍ସ

ତ୍ୱଚାରେ ଥିବା ଦାଗ,ବ୍ରଣ ଦୂର ପାଇଁ ତେଜପତ୍ର ଖୁବ …

ତ୍ୱଚାରେ ଥିବା ଦାଗ,ବ୍ରଣ ଦୂର ପାଇଁ ତେଜପତ୍ର ଖୁବ ଲାଭଦାୟକ। ତେଜପତ୍ରକୁ ପେଷି ଏହାର ମିଶ୍ରଣକୁ ମୁହଁରେ ଲଗାଇବା ସହ ତେଜପତ୍ରକୁ ପାଣିରେ ପକାଇ ଫୁଟାଇ, ଏହି ପାଣିକୁ ଥଣ୍ଡା କରି ମୁହଁ ଧୁଅନ୍ତୁ। ଏହା ଖୁବ ଲାଭଦାୟକ। ଏହା ମୁହଁର ସନ୍‍ ଟ୍ୟାନ ମଧ୍ୟ ଦୂର କରିଥାଏ। ତ୍ୱଚାର ରଙ୍ଗ ମଧ୍ୟ ଗୋରା ହୋଇଥାଏ। ଏହାକୁ ତେଲରେ ପକାଇ କିଛି ଘଣ୍ଟା ରଖିବା ପରେ ବ୍ୟବହାର କରିପାରିବେ।

ତେଜପତ୍ରକୁ ପାଣିରେ ପକାଇ ଫୁଟାଇ, ଏହି ପାଣିକୁ ଥଣ୍ଡା କରି କେଶ ଧୋଇ ପାରିବେ। ତେଜପତ୍ରକୁ ପେଷି ଏହାକୁ ଦହିରେ ମିଶାଇ କେଶରେ ଲଗାନ୍ତୁ। ଏହାଦ୍ୱାରା କେଶର ଶୁଷ୍କପଣ ଦୂର ହୋଇଥାଏ। କେଶ ସୁସ୍ଥ ମଧ୍ୟ ରହିଥାଏ। ତେଜପତ୍ରକୁ ଶୁଖାଇ ଗୁଣ୍ଡ କରି ଏହାକୁ ଦାନ୍ତ ଘଷିବାରେ ବ୍ୟବହାର କରନ୍ତୁ। ଏହାଦ୍ୱାରା ଦାନ୍ତ ସଫା ସହ ଏହାର ଚମକ ବୃଦ୍ଧି ପାଇଥାଏ।