ସିରିଜ ଦୁର୍ଘଟଣାରେ ଦୁଇ କାର ଚୁରମାର
ଅଣଓସାରିଆ ରାସ୍ତା ଏବଂ ଟ୍ରାଫିକ ସମସ୍ୟା ପାଇଁ ଏକ ଟ୍ରକ ଦୁଇଗୋଟି କାରକୁ ଦୁର୍ଘଟଣା ଘଟାଇଛି…
ନୟାଗଡ : ନୟାଗଡ଼ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ସିରିଜ ଦୁର୍ଘଟଣା ଘଟିଛି । ଅଣଓସାରିଆ ରାସ୍ତା ଏବଂ ଟ୍ରାଫିକ ସମସ୍ୟା ପାଇଁ ଏକ ଟ୍ରକ ଦୁଇଗୋଟି କାରକୁ ଦୁର୍ଘଟଣା ଘଟାଇଛି । ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ । ନାରାୟଣୀ ଟ୍ରାନ୍ସପୋର୍ଟ ଟ୍ରକ ଏକ କାରକୁ ଅତିକ୍ରମ କରୁଥିବା ବେଳେ ଟ୍ରକର ଆଗ ଚକା ତଳେ ଚାପି ହୋଇଯାଇଛି । ସେହିପରି ଭାବେ ଟ୍ରକ ସାମନାରେ ଥିବା ଆଉ ଏକ କାରକୁ ଧକ୍କା ଦେଇଥିବାରୁ ଉକ୍ତ କାରରପଛ ପଟ ଭାଙ୍ଗି ଯାଇଥିବା ଜଣାପଡିଛି ।