ଜେଲ ଯିବେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲାଙ୍କୁ ଦିଲ୍ଲୀର ଏକ ଅଦାଲତ ୪ ବର୍ଷ….
ନୂଆଦିଲ୍ଲୀ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲାଙ୍କୁ ଦିଲ୍ଲୀର ଏକ ଅଦାଲତ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଆୟ ବର୍ହିିଭୂତ ସମ୍ପତ୍ତି ଠୁଳ ମାମଲାରେ ଚୌଟାଲାଙ୍କୁ ଏହି ସଜା ମିଳିଛି । ଚୌଟାଲାଙ୍କୁ ୫୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଭୋରିବାକୁ ପଡିବ । ଏହାସହ ହେଲୀ ରୋଡ, ଗୁରୁଗ୍ରାମ ଜନ ପ୍ରତିନିଧି, ପଞ୍ଚକୁଲା ଓ ଅସୋଲାସ୍ଥିତ ଔପୀ ଚୌଟାଲା ସମ୍ପତ୍ତି ଜବତ କରାଯିବ । ସିବିଆଇକୁ ୫୦ ଲକ୍ଷ ଟଙ୍କା ଦେବାକୁ ମଧ୍ୟ କୁହାଯାଇଛି । ଯଦି ଚୌଟାଲା ଏହି ଜୋରମାନା ନ ଦିଅନ୍ତି ତେବେ ତାଙ୍କୁ ଆଉ ୬ ମାସ ଜେଲରେ କାଟିବାକୁ ପଡିବ । ସୂଚନାଯୋଗ୍ୟ, ୨୦୦୮ରେ ଓମ୍ ପ୍ରକାଶ ଚୌଟାଲା ଓ ଅନ୍ୟ ୫୩ଜଣଙ୍କ ବିରୋଧରେ ୧୯୯୯ରୁ ୨୦୦୦ ପର୍ଯ୍ୟନ୍ତ ୩,୨୦୬ ପ୍ରଶିକ୍ଷିତ ଶିକ୍ଷକ ନିଯୁକ୍ତି ମାମଲାରେ ଘୋଟଲା କରିଥିବା ଆରୋପ ଲଗାଯାଇଥିଲା ।