ସାହାରାକୁ ସୁପ୍ରିମକୋର୍ଟଙ୍କ ଝଟକା

ସୁପ୍ରିମକୋର୍ଟ ସାହାରା ଗ୍ରୁପକୁ ବଡ଼ ଝଟକା ଦେଇଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି ଯେ ସାହାରା ଗ୍ରୁପର…..

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସାହାରା ଗ୍ରୁପକୁ ବଡ଼ ଝଟକା ଦେଇଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି ଯେ ସାହାରା ଗ୍ରୁପର ନଅ କମ୍ପାନୀ ବିରୋଧରେ ସିରିୟସ ଫ୍ରଣ୍ଡ ଇନଭେଷ୍ଟିଗେସନ ଅଫିସର ଯାଞ୍ଚ ଜାରି ରହିବ । ସୁପ୍ରିମକୋର୍ଟ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟର ଆଦେଶକୁ ରଦ୍ଦ କରିଦେଇଛନ୍ତି, ଯେଉଁଥିରେ ସିରିୟସ ଫ୍ରଣ୍ଡ ଇନଭେଷ୍ଟିଗେସନ ଅଫିସର ଯାଞ୍ଚ ଉପରେ ରୋକ ଲଗାଯାଇଥିଲା । ଏହା ପୂର୍ବରୁ ଶୁଣାଣୀ ସମୟରେ ୧୭ ମଇକୁ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟରେ କହିଥିଲେ ଯେ ହାଇକୋଟ ସାହାରା ଗ୍ରୁପ୍‌ର ପ୍ରମୁଖ ସୁବ୍ରତ ରାୟଙ୍କ ବିରୋଧରେ ଜାରି ଲୁକଆଉଟ ନୋଟିସ ସମେତ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାର ଆଦେଶ ଦେଇଥିଲେ ।