ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ତାଲିକାରେ ଶୀର୍ଷରେ ଅଷ୍ଟ୍ରେଲିଆ

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ୨୦୨୧-୨୩ର ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ଦଳ….

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ୨୦୨୧-୨୩ର ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ଦଳ ଶୀର୍ଷରେ ରହିଛି । ଦଳ ଏପର୍ଯ୍ୟନ୍ତ ୭୫ ପ୍ରତିଶତ ମ୍ୟାଚ ଜିତିଛି । ଦ୍ୱିତୀୟରେ ରହିଛି ଦକ୍ଷିଣ ଆଫ୍ରିକା, ଯାହାର ବିଜୟ ପ୍ରତିଶତ ୭୧.୪୩ ରହିଛି । ତୃତୀୟରେ ରହିଛି ଭାରତୀୟ ଦଳ । ଭାରତର ବିଜୟ ପ୍ରତିଶତ ୫୮.୩୩ ରହିଛି । ୫୨.୩୮ ପ୍ରତିଶତ ସହ ପାକିସ୍ତାନ ଚତୁର୍ଥରେ ରହିଛି । ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଡ୍ର ରହିବା ପରେ ବାଂଲାଦେଶ ଦଳର ବିଜୟ ପ୍ରତିଶତରେ ହ୍ରାସ ଘଟିଛି । ଦଳ ୪୬.୬୭ ବିଜୟ ପ୍ରତିଶତ ସହ ପଞ୍ଚମ ସ୍ଥାନରେ ରହିଛି । ସେହିପରି ନ୍ୟୁଜିଲାଣ୍ଡ ୩୮.୮୯ ପ୍ରତିଶତ ସହ ଷଷ୍ଠ ସ୍ଥାନରେ, ୩୫.୭୧ ପ୍ରତିଶତ ସହ ନ୍ୟୁଜିଲାଣ୍ଡ ସପ୍ତମ, ୧୯.୦୫ ବିଜୟ ପ୍ରତିଶତ ସହ ବାଂଲାଦେଶ ଅଷ୍ଟମ ଏବଂ ୧୨.୫ ପ୍ରତିଶତ ସହ ଇଂଲଣ୍ଡ ନବମ ସ୍ଥାନରେ ରହିଛି ।