ଲାଞ୍ଚ ନେବା ଘଟଣାରେ କାର୍ତ୍ତି ଚିଦାମ୍ବରମଙ୍କ ଜାମିନ ରାୟ ସଂରକ୍ଷିତ

ସ୍ପେଶାଲ ଜଜ ଏମକେ ନାଗପାଲ ୩ ଜୁନକୁ ରାୟ ଶୁଣାଇବାକୁ ଆଦେଶ ଦେଇଛନ୍ତି….

ନୂଆଦିଲ୍ଲୀ : ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଚୀନର ନାଗରିକଙ୍କ ଭିସା କରାଇଦେବା ଓ ତାହା ଉପରେ ଲାଞ୍ଚ ନେବା ଘଟଣାରେ ପି ଚିଦାମ୍ବରମଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି । ସ୍ପେଶାଲ ଜଜ ଏମକେ ନାଗପାଲ ୩ ଜୁନକୁ ରାୟ ଶୁଣାଇବାକୁ ଆଦେଶ ଦେଇଛନ୍ତି । କୋର୍ଟ ୨୬ ମେରେ କାତ ଚିଦାମ୍ବରମଙ୍କୁ ଗିରଫ ଉପରେ ରୋକ ଲଗାଇ ଦେଇଥିଲେ । କାର୍ତ୍ତିଙ୍କର ଆଉଜଣେ ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ପ୍ରଥମ ଦ୍ରଷ୍ଟା କୌଣସି ତଥ୍ୟ ଏପରି ନଥିଲା ଯେଉଁଠାରେ ଜଣାପଡି ଯାଇଥିଲା ଯେ ଏହି ଅଭିଯୋଗରେ ସାମିଲ ଥିଲେ । ସିବିଆଇର ଅଭିଯାନରେ କୋ÷ଣସି ପ୍ରମାଣ ମିଳିନଥିଲା ।