ସଚିନଙ୍କ ଏକାଦଶରେ ରୋହିତ-ବିରାଟଙ୍କ ସ୍ଥାନ ନାହିଁ
ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଥିବା ଏକରୁ ଅଧିକ ଖେଳାଳି …..
ମୁମ୍ବାଇ : ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଥିବା ଏକରୁ ଅଧିକ ଖେଳାଳି ଚୟନ କରି ନିଜର ସର୍ବଶ୍ରେଷ୍ଠ ଆଇପିଏଲ ଏକାଦଶ ପ୍ରସ୍ତୁତ କରିଛନ୍ତି । ସଚିନ ଏହି ଦଳର ଅଧିନାୟକ ଭାବରେ ଗୁଜରାଟ ଟାଇଟାନ୍ସ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଛିଛନ୍ତି । ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଆଇପିଏଲ ଚାମ୍ପିୟନ ହୋଇଛି । ସଚିନ ତେନ୍ଦୁଲକର ନିଜ ଦଳରେ ଶିଖର ଧାୱନ ଏବଂ ଜୋସ ବଟଲରଙ୍କୁ ଓପନିଂ ଯୋଡି ଭାବରେ ବାଛିଛନ୍ତି । ତିନି ନମ୍ବରରେ ବ୍ୟାଟିଂ କରିବାକୁ କେ.ଏଲ ରାହୁଲଙ୍କୁ ଏବଂ ୪ ନମ୍ବରରେ ହାର୍ଦ୍ଦିକଙ୍କୁ ଚୟନ କରିଛନ୍ତି । ୫ ନମ୍ବରରେ ଡେଭିଡ ମିଲରଙ୍କୁ ବାଛିଛନ୍ତି । ଏଥି ସହିତ ଇଂଲଣ୍ଡ ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନଙ୍କୁ ୬ ନମ୍ବରରେ ସୁଯୋଗ ଦିଆଯାଇଛି ।
ସେହିପରି ଦୀନେଶ କାର୍ତ୍ତିକଙ୍କୁ ଏକାଦଶରେ ଉଇକେଟ ରକ୍ଷଣର ଦାୟିତ୍ୱ ଦେଇଛନ୍ତି । ଏକାଦଶରେ ସ୍ପିନର ୟୁଜଭେନ୍ଦ୍ର ଚହଲ ଏବଂ ଆଫଗାନିସ୍ତାନର ମାରାତ୍ମକ ଲେଗ ସ୍ପିନର ରସିଦ ଖାନଙ୍କୁ ଚୟନ କରିଛନ୍ତି । ସେହିପରି ଜଶପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମିଙ୍କୁ ଦ୍ରୁତବୋଲର ଭାବରେ ସେ ଦଳରେ ନେଇଛନ୍ତି । ସଚିନଙ୍କ ଆଇପିଏଲ ଏକାଦଶରେ ଶିଖର ଧାୱନ, ଜୋସ ବଟଲର, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ ମିଲର, ଲିଆମ ଲିଭିଙ୍ଗଷ୍ଟୋନ, ଦୀନେଶ କାର୍ତ୍ତିକ (ଉଇକେଟ କିପର), ରସିଦ ଖାନ, ଜଶପ୍ରୀତ ବୁମରା, ମହମ୍ମଦ ଶାମି, ୟୁଜଭେନ୍ଦ୍ର ଚହଲ ।