ଭାରତର ଇତିହାସ ବିଷୟରେ ଅବଗତ କରାଇବା ଭଳି ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’
In Uttar Pradesh, ‘Samrat Prithviraj’ is tax-free
ଲକ୍ଷ୍ନୌ: ଗୁରୁବାର ଲକ୍ଷ୍ନୌର ଲୋକଭବନରେ ‘ସମ୍ରାଟ ପୃଥ୍ବୀରାଜ’ ଚଳଚ୍ଚିତ୍ର ଦେଖିବା ପରେ ଏହାକୁ ଟିକସମୁକ୍ତ କରିବାକୁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଚଳଚ୍ଚିତ୍ରଟି ଲୋକଙ୍କୁ ଭାରତର ଇତିହାସ ବିଷୟରେ ଅବଗତ କରାଇବ ବୋଲି ଶ୍ରୀ ଯୋଗୀ କହିଛନ୍ତି।
ଚଳଚ୍ଚିତ୍ର ‘ସମ୍ରାଟ ପୃଥ୍ବୀରାଜ’ ଗୁରୁବାର ଲୋକଭବନରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ କ୍ୟାବିନେଟ ସହକର୍ମୀମାନଙ୍କ ସହ ଏହି ଫିଲ୍ମକୁ ଦେଖିଛନ୍ତି ଓ ପ୍ରଶଂସା ମଧ୍ୟ କରିଛନ୍ତି। ଏହି ଅବସରରେ ଅଭିନେତା ଅକ୍ଷୟ କୁମାର ଫିଲ୍ମର ସମସ୍ତ କଳାକାର ଓ ନିର୍ମାତାଙ୍କ ସହ ଉପସ୍ଥିତ ଥିଲେ।
ସାମାଜିକ ଗଣମାଧ୍ୟମରେ ଏହି ଚଳଚ୍ଚିତ୍ରକୁ ଖୁବ୍ ପ୍ରଶଂସା କରାଯାଉଛି। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମନ୍ତ୍ରୀମଣ୍ଡଳ ସହକର୍ମୀଙ୍କ ସହ ଦିଲ୍ଲୀରେ ‘ସମ୍ରାଟ ପୃଥ୍ବୀରାଜ’ ଦେଖିଛନ୍ତି। ସେ ଏହି ଚଳଚ୍ଚିତ୍ର ଓ ଅଭିନେତା ଅକ୍ଷୟ କୁମାରଙ୍କ ପ୍ରଶଂସା କରିଥିଲେ। ଏଥିପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ରଖାଯାଇଥିଲା।
ଉଲ୍ଲେଖଯୋଗ୍ୟ, ‘ସମ୍ରାଟ ପୃଥ୍ବୀରାଜ’ ଆଜି ଅର୍ଥାତ ଶୁକ୍ରବାର ମୁକ୍ତିଲାଭ କରିବ। ଏହି ଫିଲ୍ମକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି।