ୟୁକ୍ରେନକୁ ଅତ୍ୟାଧୁନିକ ମିସାଇଲ ଦେବ ଆମେରିକା
ଖୁବଶୀଘ୍ର ୟୁକ୍ରେନକୁ ଅତ୍ୟାଧୁନିକ ମିସାଇଲ ଦେବ ଆମେରିକା । ୟୁକ୍ରେନକୁ ରକେଟ ସିଷ୍ଟମ ପଠାଇବ…
ନୂଆଦିଲ୍ଲୀ: ଖୁବଶୀଘ୍ର ୟୁକ୍ରେନକୁ ଅତ୍ୟାଧୁନିକ ମିସାଇଲ ଦେବ ଆମେରିକା । ୟୁକ୍ରେନକୁ ରକେଟ ସିଷ୍ଟମ ପଠାଇବ ଆମେରିକା । ୟୁକ୍ରେନକୁ ୭୦୦ ନିୟୁତ ଡଲାରର ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଆମେରିକା ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା । ତେବେ ୟୁକ୍ରେନ ରୁଷକୁ କୌଣସି ଅସ୍ତ୍ରଶସ୍ତ୍ର ଦ୍ୱାରା ନିକ୍ଷେପ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଏକ ରକେଟ ସିଷ୍ଟମ ଦେବାକୁ ଆମେରିକା ରାଜି ହୋଇଥିବା ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି । ଏ ସଂକ୍ରାନ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ୟୁକ୍ରେନର ଯୁଦ୍ଧ କ୍ଷେତ୍ରରେ ଠିକଣା ଭାବେ ଶତ୍ରୁର ଲକ୍ଷ୍ୟଭେଦ କରିବା ପାଇଁ ଅଧିକ ଉନ୍ନତ ରକେଟ୍ ସିଷ୍ଟମ ଯୋଗାଇଦେବା ଲାଗି ସ୍ଥିର ହୋଇଛି । କିନ୍ତୁ ରୁଷକୁ ଆକ୍ରମଣ କରିବା ଲାଗି ଆମେରିକା ୟୁକ୍ରେନକୁ ରକେଟ ସିଷ୍ଟମ ପଠାଯିବା ନାହିଁ ।