ସିଦ୍ଧୁ ମୁସେବାଲାଙ୍କ ପରିବାରକୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଦିବଙ୍ଗତ ଗାୟକ ସିଦ୍ଧୁ ମୁସେବାଲାଙ୍କ….

ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଦିବଙ୍ଗତ ଗାୟକ ସିଦ୍ଧୁ ମୁସେବାଲାଙ୍କ ପରିବାରକୁ ଭେଟିଛନ୍ତି । ଶୋକସନ୍ତପ୍ତ ପରିବାରକୁ ଭେଟି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଘଣ୍ଟାଏ ସମୟ ବିତାଇଥିଲେ । ଏହି ସମୟରେ ପୁଅର ହତ୍ୟାକାରୀକୁ ଛଡାଯିବ ନାହିଁ ବୋଲି ସିଦ୍ଧୁଙ୍କ ପିତାଙ୍କୁ ମୁଖ୍ୟମନ୍ତ୍ରୀ ଭରଷା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁସେବାଲାଙ୍କ ଘର ସାମ୍ନାରେ କଡା ସୁରକ୍ଷା ବ୍ୟବସ୍ତା କରାଯାଇଥିଲା । ସୂଚନାଯୋଗ୍ୟ, ମେ’ ୨୯ରେ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ସିଦ୍ଧୁଙ୍କ ସୁରକ୍ଷା କମାଇବାର ଦିନକ ପରେ ଏହି ଘଟଣା ଘଟିଥିଲା ।