ଚଳିତ ମାସରେ ଭାରତ-ଚୀନ ମଧ୍ୟରେ ବୈଠକ!

ପୂର୍ବ ଲଦ୍ଦାଖରେ ଉତ୍ତେଜନା ପାଇଁ ଭାରତ ଓ ଚୀନ ମଧ୍ୟରେ ଆଗାମୀ ପର୍ଯ୍ୟାୟରେ…

ନୂଆଦିଲ୍ଲୀ : ପୂର୍ବ ଲଦ୍ଦାଖରେ ଉତ୍ତେଜନା ପାଇଁ ଭାରତ ଓ ଚୀନ ମଧ୍ୟରେ ଆଗାମୀ ପର୍ଯ୍ୟାୟରେ ଆଲୋଚନା ହେବାକୁ ଯାଉଛି । ଏହି ବୈଠକ ପାଇଁ ଏପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାରିତ ହୋଇନାହିଁ । ବିଦେଶ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ, ଏଲଏସିରେ ଉତ୍ତେଜନା ନେଇ ସ୍ୱତନ୍ତ୍ର ତାରିଖ ସଂପର୍କରେ ମୋତେ ଜଣାନାହିଁ, ଯାହାକି କହିପାରିବି । କିନ୍ତୁ ଏସ ଂକ୍ରାନ୍ତରେ ଖୁବଶୀଘ୍ର କମାଣ୍ଡର ସ୍ତରୀୟ ବୈଠକ ହୋଇପାରେ । ଏହା ପୂର୍ବରୁ ଭାରତ-ଚୀନ କୁଟନୈତିକ ଆଲୋଚନା ପାଇଁ ବରିଷ୍ଠ କମାଣ୍ଡମାନଙ୍କ ଆଗାମୀ ଗସ୍ତର ବୈଠକ ଆୟୋଜିତ କରିବା ଲାଗି ସହମତି ଦେଇଥିଲେ ।