ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ଭାରତ-ଇସ୍ରାଏଲ ସମ୍ପର୍କର ୩୦ ବର୍ଷ ପୂର୍ତ୍ତି ଅବସରରେ ଭାରତ…..
ନୂଆଦିଲ୍ଲୀ : ଭାରତ-ଇସ୍ରାଏଲ ସମ୍ପର୍କର ୩୦ ବର୍ଷ ପୂର୍ତ୍ତି ଅବସରରେ ଭାରତ ଆସିଥିବା ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ଓ ସମାରିକ ସହଯୋଗ ନେଇ ଉଭୟ ନେତା ଆଲୋଚନା ମଧ୍ୟ କରିଛନ୍ତି । ପୂର୍ବରୁ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ନିଜ ପ୍ରତିପକ୍ଷ ରାଜନାଥ ସିଂଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ । ଭାରତ-ଇସ୍ରାଏଲ ପରସ୍ପର ସହଯୋଗୀ ଭାବେ ଭଲ ବନ୍ଧୁତା ବଜାୟ ରଖିଆସିଛନ୍ତି । ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ୩ ଦଶନ୍ଧି ପୂରଣ ହୋଇଛି । ସେହି ଅବସରରେ ଭାରତ ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ ।