ଏହି ବୟସରେ ବି ବୋଲ୍ଡନେସ

ବଲିଉଡରେ ଏମିତି ଅନେକ ସୁନ୍ଦରୀ ଅଛନ୍ତି ଯିଏ ଅତୀତରେ ନିଜ ସୌନ୍ଦର୍ଯ୍ୟ ପାଇଁ ଇଣ୍ଡଷ୍ଟ୍ରିରେ..

ମୁମ୍ବାଇ: ବଲିଉଡରେ ଏମିତି ଅନେକ ସୁନ୍ଦରୀ ଅଛନ୍ତି ଯିଏ ଅତୀତରେ ନିଜ ସୌନ୍ଦର୍ଯ୍ୟ ପାଇଁ ଇଣ୍ଡଷ୍ଟ୍ରିରେ ଛାଇଯାଇଥିଲେ ଆଉ ଏବେବି ନିଜ ଅନ୍ଦାଜ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । ସେହି ସୁନ୍ଦରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ମଲାଇକା ଆରୋରା । ଦିନେ ଖାନ ପରିବାରର ବୋହୂ ଥିବା ମଲାଇକା ମଡେଲିଂ କରିବା ବେଳେ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ ।

ମଲାଇକା ଏମିତି ଜଣେ ସୁନ୍ଦରୀ ଯିଏ ଫିଲ୍ମ ଦୁନିଆରେ ଆକ୍ଟିଭ ନରହି ବି ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ମଲାଇକା ତାଙ୍କ ସୌନ୍ଦର୍ଯ୍ୟକୁ ଦର୍ଶକଙ୍କ ସାମ୍ନାରେ ରଖୁଛନ୍ତି । ତାଙ୍କ ବୟସ ବଢୁଛି ସିନା କିନ୍ତୁ ତାଙ୍କ ହଟନେସ ଏବେବି କମିନାହ । ମଲାଇକା ତାଙ୍କ କ୍ୟାରିୟରରେ ଅନେକ ସଫଳତା ପାଇଛନ୍ତି । ଅଭିନେତ୍ରୀ ଏମଟିଭିରେ ଭିଜେ ମଧ୍ୟ ରହିସାରିଛନ୍ତି । ଭିଜେ ହେବା ପରେ ସେ ମଡେଲିଂ ଦୁନିଆରେ ପାଦ ଥାପିଥିଲେ । ଅନେକ ବିଜ୍ଞାପନରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା ।